ଆମେରିକାକୁ ସୁରକ୍ଷିତ ମଣିଲେ ସନି

ମୁମ୍ବାଇ: ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ୍‌ କବଳିତ। ଏହି ମହାମାରୀକୁ ନେଇ ସଙ୍କଟରେ ମନୁଷ୍ୟ ଜାତି। ବିଶ୍ୱର ଅନେକ ବିକଶିତ ଦେଶ କରୋନା ଦାଉରେ ହଇରାଣ ହେଉଥିବା ବେଳେ ଆମେରିକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏପଟେ ଭାରତରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତଥାପି ଆମେରିକାକୁ ଅଧିକ ସୁରକ୍ଷିତ ମଣିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ। ସେ ନିଜ ପରିବାର ସହିତ ଭାରତ ଛାଡ଼ି ଆମେରିକା ପଳାଇଛନ୍ତି। ସନି ଏନେଇ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଜଣାଇଛନ୍ତି। ସେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ଝିଅ ନିଶା ଏବଂ ଦୁଇ ପୁଅ ନୋହ ଏବଂ ଅଶର୍‌ଙ୍କ ସହ ନଜରକୁ ଆସିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ଜୀବନରେ ସନ୍ତାନ ଆସିବା ପରେ ନିଜର ଖୁସି ଏବଂ ପ୍ରାଥମିକତା ଆଉ ଗୁରୁତ୍ୱ ରଖେ ନାହିଁ। ମୁଁ ଆଉ ମୋ ସ୍ବାମୀ ଡାନିଏଲ ପିଲାଙ୍କ ସୁସ୍ଥ ଭବିଷ୍ୟତ କଥା ଭାବି ଏଠାକୁ ପଳାଇ ଆସିଛୁ। ମୁଁ ମୋ ପିଲାମାନଙ୍କ ସହିତ ଲସ୍‌ ଏଞ୍ଜେଲସ୍‌ସ୍ଥିତ ମୋ ଘରର ସିକ୍ରେଟ୍‌ ଗାର୍ଡେନ୍‌ରେ ଅଛି। ତେବେ ସୂଚନା ଥାଉ କି, ସନି ଏହି ଭିଡିଓ ପୋଷ୍ଟର ଗୋଟିଏ ଦିନ ପୂର୍ବରୁ ମୁମ୍ବାଇରେ ବୁଲୁଥିବାର ଏକ ଭିଡିଓ ଶେୟାର କରିଥିଲେ। ଚାର୍ଟାର୍ଡ ଫ୍ଲାଇଟ୍‌ରେ ସେ ତାଙ୍କ ପିଲା ଏବଂ ସ୍ବାମୀ ଆମେରିକା ଯାଇଥିବା ଜଣାପଡ଼ିଛି।

Share