Categories: ଜାତୀୟ

ଆମେରିକାରୁ ଚାକିରି ଛାଡି ଗାଁରେ ସରପଞ୍ଚ ହେଲେ ଭକ୍ତି ଶର୍ମା: ଶହେ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଜଣେ

ଭୋପାଳ,୯।୬: ମଧ୍ୟ ପ୍ରଦେଶର ବରଖେଡି ଅବଦୁଲ୍ଲା ଗ୍ରାମ ପଞ୍ଚାୟତ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛି। କାରଣ ଏଠାରେ ସରକାରୀ ଯୋଜନାର କିପରି ଉପଯୋଗ କରାଯିବ ତାହା କରି ଦେଖାଇଛନ୍ତି ଯୁବ ସରପଞ୍ଚ ଭକ୍ତି ଶର୍ମା। ଆମେରିକାରେ ଚାକିରି କରୁଥିବା ଭକ୍ତି ଏବେ ଗାଁରେ ସରପଞ୍ଚ ହୋଇଛନ୍ତି। ସେ ଏବେ ଦେଶର ଶହେ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଜଣେ। ତେବେ ସରପଞ୍ଚ ଭାବେ ଭକ୍ତି ଯେଉଁସବୁ କାମ କରିଛନ୍ତି ସେଥିପାଇଁ ତାଙ୍କୁ ସେଣ୍ଟ ପିଟର୍ସବର୍ଗ ଇଣ୍ଟରନ୍ୟାଶନାଲ ଇକୋନୋମିକ ଫୋରମରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି। ରୁଷରେ ଅନୁଷ୍ଠିତ ହେଉଛି ଏହି ସମ୍ମିଳନୀ। ଏଥିରେ ୧୨୦ଟି ଦେଶର ପ୍ରତିନିଧି ଯୋଗ ଦେଉଛନ୍ତି। ସେମାନଙ୍କ ସାମ୍ନାରେ ଭକ୍ତି ନିଜ ପଞ୍ଚାୟତରେ ସରକାରୀ ଯୋଜନାର ଲାଭ ଉଠାଇ କିପରି ଗ୍ରାମର ବିକାଶ କରାଯାଇପାରେ ସେ ବିଷୟରେ କହିବେ।

Share