ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ସ୍ବଦେଶ ଫେରିଲେ

ଓ୍ବାଶିଂଟନ,୨୦।୧୧: ଆମେରିକାରେ ଅବୈଧ ଭାବେ ପ୍ରବେଶ କରିଥିବା ୧୪୫ ଜଣ ଭାରତୀୟ ବୁଧବାର ସ୍ବଦେଶ ଫେରିଛନ୍ତି। ବାଂଲାଦେଶ  ଦେଇ ସେମାନେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଭାରତୀୟମାନେ ଅନ୍ତର୍ଜାତୀୟ ଏଜେଣ୍ଟଙ୍କ ସହଯୋଗରେ ଆମେରିକାରେ ପହଞ୍ଚିଥିଲେ। ସେହିପରି କେତେକ ଭାରତୀୟ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନୁପ୍ରବେଶ କରିଥିବା କୁହାଯାଉଛି। ସେମାନଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନ ଥିବା କୁହାଯାଉଛି। ଭାରତୀୟମାନେ ଭିଜା ମାନଦଣ୍ଡର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଭିଜା ସମୟ ସୀମା ଶେଷ ହୋଇଯାଇଥିଲେ ମଧ୍ୟ ସେମାନେ ଆମେରିକାରେ ବାସ କରୁଥିବା ଅଭିଯୋଗ ହୋଇଥିଲା। କେତେକ ଶ୍ରୀଲଙ୍କା ଏବଂ ବାଂଲାଦେଶର ନାଗରିକଙ୍କୁ ମଧ୍ୟ ଏହି କାରଣରୁ ସ୍ବଦେଶ ଫେରିବାକୁ ପଡ଼ିଛି।

Share