ଆମେରିକାରେ କରୋନା ତାଣ୍ଡବ ଜାରି: ମୃତ୍ୟୁ ସଂଖ୍ୟା ୫୫ ହଜାର ଟପିଲା

ଓ୍ବାଶିଂଟନ,୨୭।୪: ଆମେରିକାରେ କରୋନାର ତାଣ୍ଡବ ଜାରି ରହିଛି। ଆମେରିକାରେ ମୃତ୍ୟୁ ସଂଖ୍ୟା ୫୫,୪୧୫ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୩୨୨ ଛୁଇଁଛି। ଇତିମଧ୍ୟରେ ଏଠାରେ ଲକ୍ଷେ ୧୮ ହଜାର ୭୮୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାର ନ୍ୟୁୟର୍କରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ଏଠାରେ ମୃତକଙ୍କ ସଂଖ୍ୟା ୨୨ ହଜାର ୨୭୫ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୪୯୮ ରହିଛି। ସେହିପରି ନ୍ୟୁଜର୍ସିରେ ମୃତକଙ୍କ ସଂଖ୍ୟା ୫ ହଜାର ୯୩୮ ରହିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଏକ ହଜାର ୮୨୯ ରହିଛି। ଆମେରିକାର ଏଭଳି ସ୍ଥିତି ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ସରକାର କରୋନା ବିରୋଧରେ ଲଢ଼େଇ ଅବ୍ୟାହତ ରଖିଛନ୍ତି। ଭୟ ନ କରି ପରିସ୍ଥିତିର ମୁକାବିଲା କରିବାକୁ ଟ୍ରମ୍ପ୍‌ ଦେଶବାସୀଙ୍କୁ କହିଛନ୍ତି।

Share