ଆମେରିକାରେ କରୋନା ନେଲାଣି ୫୮ ହଜାର ମୁଣ୍ଡ: ଭିଏତ୍‌ନାମ୍‌ ଯୁଦ୍ଧ ମୃତ୍ୟୁ ସଂଖ୍ୟାକୁ ଟପିଲା

ଓ୍ବାଶିଂଟନ,୨୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସ୍ଥିତି ଧୀରେ ଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୫୮,୩୫୫ରେ ପହଞ୍ଚିଛି। ଯାହାକି ୨୦ ବର୍ଷ ଧରି ଚାଲିଥିବା ଭିଏତ୍‌ନାମ୍‌ ଯୁଦ୍ଧର ମୃତ୍ୟୁ ସଂଖ୍ୟାକୁ ପଛରେ ପକାଇଛି। ଭିଏତ୍‌ନାମ୍‌ ଯୁଦ୍ଧରେ ୫୮,୨୨୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଆମେରିକାର ସ୍ଥିତି ନେଇ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ମେଡିକାଲ ପରାମର୍ଶଦାତା ଡ. ଆନ୍ଥୋନୀ ଫୁୁକି ସତର୍କ କରାଇଛନ୍ତି ଯେ, ଆମେରିକା ଉପରୁ ଏବେ ବି ବିପଦ ଟଳି ନାହିଁ। ପ୍ରଭାବଶାଳୀ ଚିକିତ୍ସା ବ୍ୟବସ୍ଥା ନ ହେଲେ ଆଗାମୀ ଦିନରେ ସ୍ଥିତି ଅସମ୍ଭାଳ ହେବାର ଆଶଙ୍କା ରହିଛି। ତେଣୁ ସରକାର ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସେ ସୂଚିତ କରିଛନ୍ତି।

Share