ଆମେରିକାରେ କରୋନା ମୁକାବିଲା: ୮୫% ବ୍ୟବହାର କରୁଛନ୍ତି ସାନିଟାଇଜର; ୫୦%ଙ୍କର ପ୍ରାର୍ଥନା ଉପରେ ବିଶ୍ୱାସ !

ଓ୍ବାଶିଂଟନ,୧୯।୩: କରୋନା ସଂକ୍ରମଣ ଆତଙ୍କରେ ଆମେରିକା ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ତେବେ ବି ସରକାରଙ୍କ ସହିତ ଲୋକେ ମିଳିତ ଭାବେ ଏହାର ମୁକାବିଲା ଲାଗି ଅଣ୍ଟା ଭିଡ଼ିଛନ୍ତି। ତେବେ ଏଠାରେ କେବଳ ୭ ପ୍ରତିଶତ ଲୋକ ମାସ୍କ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ସେହିପରି ୮୫ ପ୍ରତିଶତ ସାନିଟାଇଜର ବ୍ୟବହାର କରୁଛନ୍ତି। ଅପରପକ୍ଷରେ ୫୦ ପ୍ରତିଶତ ଲୋକେ ପ୍ରାର୍ଥନା ଉପରେ ବିଶ୍ୱାସ କରୁଥିବା କୁହାଯାଉଛି। ଏନେଇ ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ସର୍ଭେରେ ୨୪୩୬ ଲୋକଙ୍କ ସାମିଲ୍‌ କରାଯାଇଥିଲା। ୬୧ ପ୍ରତିଶତ ଭିଡ଼ରୁ ଦୂରେଇ ରହିବା ଉପରେ ଗୁରୁତ୍ୱ ଦେଉଥିବାବେଳେ ୨୨ ପ୍ରତିଶତ ଖାଦ୍ୟ ଦ୍ରବ୍ୟ ସାଇତି ରଖିବା ଉପରେ ଅଧିକ ଧ୍ୟାନ ଦେଉଥିବା ରିପୋର୍ଟରେ କୁହାଯାଇଛି। ତେବେ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ସଚେତନ ରହିବା ଲାଗି ଏଥିରେ ସତର୍କ ସୂଚନା ଜାରି କରାଯାଇଛି।

Share