ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫୨ ହଜାର ଟପିଲା

ଓ୍ବାଶିଂଟନ,୨୫।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସଙ୍କଟ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଲକ୍ଷେ ୯୭ ହଜାର ୩୫୪ ରହିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୩୩ ହଜାର ୬୯୭ ଛୁଇଁଛି। ଅପରପକ୍ଷରେ ୮ ଲକ୍ଷ ୭ ହଜାର ୪୬୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏପରିସ୍ଥଳେ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୨,୨୧୭ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୫ ହଜାର ୭୫୮ ଛୁଇଁଛି। ଇତିମଧ୍ୟରେ ଏଠାରେ ଲକ୍ଷେ ୧୦ ହଜାର ୪୩୨ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆମେରିକାର ନ୍ୟୁୟର୍କରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ଆମେରିକାର ଏଭଳି ସ୍ଥିତି ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ କରୋନା ମୁକାବିଲା ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଭୟ ନ କରି ପରିସ୍ଥିତିର ସାମନା କରିବାକୁ ଦେସ ଦେଶବାସୀଙ୍କୁ କହିଛନ୍ତି।

Share