Advertisement

ଆମେରିକାରେ କରୋନା ସଂକ୍ରମଣ ଯେତିକି ବଢୁଛି, ଚାଇନା ଉପରେ ରାଗ ସେତିକି ବଢୁଛି: ଟ୍ରମ୍ପ

ଓ୍ବାଶିଂଟନ,୧।୭:ଆମେରିକାରେ କରୋନା ଭାଇରସ ସଂକ୍ରମଣ ଯେତିକି ବୃଦ୍ଧି ପାଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ପ୍ରତି କ୍ରୋଧ ସେତିକି ବଢିବାରେ ଲାଗିଛି। ଆମେରିକାର ସ୍ବାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ, ସେମାନେ ମହାମାରୀକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ସ୍ଥିତିରେ ନାହାଁନ୍ତି। ମଙ୍ଗଳବାର ଦିନ ଟ୍ରମ୍ପ ଟୁଇଟ କରି କହିଛନ୍ତି ଏହି ମହାମାରୀ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ଆମେରିକାରେ ଏହାଦ୍ୱାରା ବ୍ୟାପକ କ୍ଷତି ଘଟିଛି, ଚାଇନା ଉପରେ ମୋର କ୍ରୋଧ ବଢୁଛି। ବିଶ୍ୱରେ କରୋନା ଜୀବାଣୁ ମହାମାରୀ ପାଇଁ ଟ୍ରମ୍ପ ବେଜିଂକୁ ଦାୟୀ କରିଛନ୍ତି। ଦୁଇ ଦେଶରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ କରୋନା ଜୀବାଣୁ ମହାମାରୀ ଉତ୍ତେଜନାକୁ ଆହୁରି ବଢାଇ ଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share