ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କଲା: ଟ୍ରମ୍ପ କହିଲେ ୨ ସପ୍ତାହ ମଧ୍ୟରେ ବଢିବ ମୃତ୍ୟୁ ସଂଖ୍ୟା

ୱାଶିଂଟନ,୫ ।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆସନ୍ତା ୨ ସପ୍ତାହ ମଧ୍ୟରେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବ । ଯାହା ବିଗତ ସପ୍ତାହଠାରୁ ଅଧିକ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଏବେ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ଅତିକ୍ରମ କରି ସାରିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୦୧,୯୦୨ରେ ପହଞ୍ଚିଛି । ସେହିପରି ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ଅତିକ୍ରମ କରିଥିବା ବେଳେ ୬୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ପାଖାପାଖି ୨ ଲକ୍ଷ ୪୬ ହଜାର କରୋନା ସଂକ୍ରମିତ ସୁସ୍ଥ ମଧ୍ୟ ହୋଇ ସାରିଲେଣି ।

Share