ଆମେରିକାରେ ନୂଆ ପ୍ରବାସନ ନେଇ କଟକଣା: ଟୁଇଟ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୧।୪: ପୃଥିବୀ ସାରା କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ନୂଆ ପ୍ରବାସନ କଟକଣା ଜାରି କରିବାକୁ ଯାଉଥିବା ନେଇ ଟୁଇଟ୍‌ କରି ଜଣାଇଛନ୍ତି। ବାହାରରେ କୌଣସି ନୂଆ ଲୋକଙ୍କୁ ଆମେରିକାରେ ରହିବା ପାଇଁ ଆଉ ଅନୁମତି ମିଳିବ ନାହିଁ। ଏସମ୍ପର୍କିତ ଆଦେଶରେ ସ୍ବାକ୍ଷର କରିବାକୁ ଯାଉଥିବା ଟ୍ରମ୍ପ୍‌ କହିଛନ୍ତି। ତେବେ ଏହା ଏକ ଅସ୍ଥାୟୀ କଟକଣା। ପରିସ୍ଥିତିରେ ସୁଧାର ଆସିଲେ ଏହାକୁ ହଟାଇ ନିଆଯିବ ବୋଲି ଟ୍ରମ୍ପ୍‌ ସୂଚନା ଦେଇଛନ୍ତି।

Share