ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ଗୁଳିକରି ହତ୍ୟା କଲେ ପୋଲିସ ଅଧିକାରୀ

ଆଟଲାଣ୍ଟା, ୧୪।୬: ଆମେରିକାରେ ପୁଣି ଜଣେ କୃଷ୍ଣକାୟଙ୍କୁ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କୁ ଗିରଫ କରିବା ସମୟରେ ଗୁଳି କରାଯାଇଥିବା କୁହାଯାଉଛି। ଆଟଲାଣ୍ଟା ଜର୍ଜିଆରେ ୨୭ ବର୍ଷ ବୟସ୍କ ରେଶାର୍ଡ ବ୍ରୁକସ୍‌ ପାର୍କିଂସ୍ଥଳରେ ନିଜ କାରରେ ଶୋଇଥିଲେ। ସେ ମଦ୍ୟପାନ କରିଥିବା ପୋଲିସ କହିଛି। ତାଙ୍କୁ ପଚରାଉଚରା ସମୟରେ ସେ ଜଣେ ପୋଲିସଙ୍କ ବନ୍ଧୁକ ନେଇ ପଳାଉଥିଲେ। ପୋଲିସ ତାଙ୍କୁ ଗୁଳି କରିଥିବା କହିଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ସ୍ଥାନୀୟ ପୋଲିସ ମୁଖ୍ୟ ଏରିକା ଶିଲ୍ଡସ୍‌ ଇସ୍ତଫା ଦେଇଥିବା ଆଟଲାଣ୍ଟା ମେୟର କିଶା ଲାନ୍ସ୍‌ ବୋଟମ୍ସ୍‌ ସୂଚନା ଦେଇଛନ୍ତି। ଏହାକୁ ନେଇ ଆଟଲାଣ୍ଟାରେ ଲୋକେ ପ୍ରଦର୍ଶନ ଜାରି ରଖିଛନ୍ତି।

Share