ଆମେରିକାରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୩: ଆମେରିକାରେ ଜଣେ ୫୦ ବର୍ଷିୟା ମହିଳାଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଶନିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏହାସହ ଆମେରିକାରେ ଆଉ ୨୨ ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ସେ କହିଛନ୍ତି। କରୋନା ଭାଇରସର ମୁକାବିଲା ପାଇଁ ଆମେରିକା ଚେଷ୍ଟା ଜାରି ରଖିଥିବା ବେଳେ ଏହାର ଭ୍ୟାକ୍ସିନକୁ ନେଇ ଦେଶର ସର୍ବବୃହତ୍ତ ଫାର୍ମାସ୍ୟୁଟିକାଲ କମ୍ପାନୀ ସହ ନିଜେ ଟ୍ରମ୍ପ କଥା ହୋଇଥିବା ଜଣାପଡିଛି। ଉକ୍ତ ମହିଳାଙ୍କର ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ସହ ସେ କେରୋନା ଭାଇରସରେ ସଂକ୍ରମିତ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ଯାହା ଦୁର୍ଭାଗ୍ୟ ଜନକ ବୋଲି ଟ୍ରମ୍ପ ଖବରଦାତାଙ୍କୁ ସୂଚନା ଦେବା ସମୟରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଶେଷରେ ଚାଇନାରେ ପ୍ରଥମ କରି ଦେଖାଯାଇଥିବା କରୋନା ଭାଇରସ ଯୋଗୁ ଏବେ ସେଠାରେ ୨,୮୩୫ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Share