Categories: ଜାତୀୟ

ଆମେରିକାରେ ଭାରତର ରାଷ୍ଟ୍ରଦୂତ ହେବେ ସାନ୍ଧୁ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଶ୍ରୀଲଙ୍କାରେ ଭାରତର ହାଇକମିଶନର ଭାବେ କାର୍ଯ୍ୟରତ ତରନ୍‌ଜିତ ସିଂ ସାନ୍ଧୁ ଆମେରିକାରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବେ। ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍‌ଲା ନୂଆଦିଲ୍ଲୀରେ ବହିର୍ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ନେବେ। ଏହି ଦାୟିତ୍ୱରେ ଥିବା ବିଜୟ ଗୋଖ୍‌ଲେ ଜାନୁୟାରୀ ଶେଷ ଭାଗରେ ଅବସର ନେଉଛନ୍ତି। ଅନ୍ୟପକ୍ଷରେ ସିଙ୍ଗାପୁରରେ ଭାରତର ହାଇକମିଶନର ଥିବା ଜଓ୍ବେଦ୍‌ ଅଶ୍ରଫ୍‌ ବିନୟ କ୍ୱାତ୍ରାଙ୍କ ସ୍ଥାନରେ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ତୁଲାଇବେ।

Share