Advertisement

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼: ୭କୋଟି ଲୋକ ପ୍ରଭାବିତ

ଓ୍ବାଶିଂଟନ,୧୯।୫: ମଧ୍ୟ ଆମେରିକାରେ ଗୋଟିଏ ପରେ ଗୋଟିଏ ପ୍ରାୟ ୫୦ଟି ଘୂର୍ଣ୍ଣିଝଡ଼ ଆସିବାରୁ ଏଠାକାର ସ୍ଥିତି ଖରାପ ହୋଇଯାଇଛି। ଗତ ଶନିବାର ଏଠାରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ଅଧିକାଂଶ ଘର, ଦୋକାନ ନଷ୍ଟ ହୋଇଯାଇଥିବା ବେଳେ ବଡ ବଡ ଗଛ ଉପୁଡି ପଡିଥିବା ସୂଚନା ମିଳିଛି। ଏହା ପ୍ରଥମେ ଘୂର୍ଣ୍ଣିବାୟୁର ରୂପ ନେଇ ପାଖାପାଖି ୧୮ଟି ରାଜ୍ୟରେ ତାଣ୍ଡବ ରଚିବା ସହ ୪କୋଟି ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିରେ ବର୍ତ୍ତମାନ ସୁଦ୍ଧା କାହାର ମୃତ୍ୟୁ ହୋଇ ନ ଥିବା ବେଳେ ଲୋକେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯାଉଥିବା କୁହାଯାଇଛି। ନ୍ୟାଶନାଲ ଓସନିକ ଆଣ୍ଡ ଅଟ୍ମୋସ୍ପରିକ୍‌ ଆଡମିନିଷ୍ଟ୍ରେଶନ ଷ୍ଟର୍ମ ପ୍ରେଡିକ୍ସନ୍‌ ସେଣ୍ଟରର ସୂଚନା ଅନୁଯାୟୀ, ଗତ ଶୁକ୍ରବାର ନେବ୍ରାସ୍କା ଓ କାନସାସରେ ପାଖପାଖି ୩୦ରୁ ଅଧିକ ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିଲା। ଟେକ୍ସାସରେ ଅତିକମରେ ୬ଟି ଘୂର୍ଣ୍ଣିବାୟୁ ହୋଇଥିଲା। ଏହାପରେ ଉକ୍ତ ଅଞ୍ଚଳରେ ବହୁ ପରିମାଣରେ ବିଜୁଳି ଯୋଗାଣ ପ୍ରଭାବିତ ହୋଇଛି। କୁହାଯାଉଛି କି ପାଖାପାଖି ୭୦ ଲକ୍ଷ ଲୋକ ବିନା ବିଜୁଳିରେ ଜୀବନ କାଟୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share