ଆମେରିକାରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ: ରୁଷ, ଫ୍ରାନ୍ସରେ ସତର୍କତା ଜାରି

ଓ୍ବାଶିଂଟନ,୨୮।୬: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଛନ୍ତି ଆମେରିକା ଓ ୟୁରୋପର ଅଧିକାଂଶ ଅଞ୍ଚଳ। ଏଥର ୟୁରୋପ ଅତ୍ୟଧିକ ଗରମରେ ରେକର୍ଡ ଭାଙ୍ଗିଛି। ଜର୍ମାନୀ ଓ ଫ୍ରାନ୍ସରେ ସମାନ ପରିସ୍ଥିତି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜର୍ମାନୀ, ଫ୍ରାନ୍ସ ଓ ବେଲଜିୟମରେ ଆଗାମୀ ଦିନରେ ଗରମ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଜର୍ମାନୀ ଓ ୟୁରୋପ ଏମିତି ଦେଶ ଯେଉଁଠି ଲୋକେ ପ୍ରାୟତଃ ପଙ୍ଖାର ବ୍ୟବହାର କରନ୍ତି ନାହିଁ। କାରଣ ଏହା ଶୀତପ୍ରଧାନ ଦେଶ ତାଲିକାରେ ଯାଇଥାଏ। ହେଲେ ଏବେ ଏଠାକାର ଲୋକେ ଏବେ ପଙ୍ଖା ଓ ଏସି ମୁହାଁ ହେଉଥିବା ଦେଖାଯାଉଛି। ୧୯୪୭ରେ ଫ୍ରାଙ୍କଫୋର୍ଟରେ ସର୍ବୋଚ୍ଚ ତାପମାତ୍ରା ୩୮.୨ ଡିଗ୍ରୀ ସେଲସିୟସ ଥିବା ବେଳେ ଚଳିତ ବର୍ଷ ଜର୍ମାନୀର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି।

Share