ଆମେରିକାରେ ହଠାତ୍‌ ମୋବାଇଲ୍‌ ନେଟଓ୍ବାର୍କ ଠପ୍‌: ଚେତାବନୀ ଦେଲେ ସିନେଟର୍‌

ଓ୍ବାଶିଂଟନ୍‌,୨୩।୨: ଆମେରିକାର ଅନେକ ସ୍ଥାନରେ ସେଲୁଲାର୍‌ ବନ୍ଦ ହେବାର ଅଭିଯୋଗ ହୋଇଛି। ହଠାତ୍‌ ଲୋକଙ୍କ ମୋବାଇଲ ଫୋନ କାମ ବନ୍ଦ କରିଦେଇଛି। ମୋବାଇଲ ଫୋନରୁ ନେଟୱାର୍କ ଅଦୃଶ୍ୟ ହୋଇଯାଇଛି। ନେଟୱାର୍କ କମ୍ପାନୀଗୁଡିକ କହିଛନ୍ତି ଯେ, ସେବା ପୁନରୁଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ଫ୍ଲୋରିଡା ସିନେଟର ମାର୍କୋ ରୁବିଓ ଚାଇନାର ସାଇବର ଆକ୍ରମଣ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ତାଇୱାନ ଉପରେ ଆକ୍ରମଣ କରୁଥିବାବେଳେ ଚାଇନା ସାଇବର ଆକ୍ରମଣ ଆରମ୍ଭ କରେ ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ।
ରୁବିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆମେରିକାରେ ଆଉଟେଜ୍‌ର କାରଣ ମୁଁ ଜାଣି ନାହିଁ। ତଥାପି ମୁଁ ଜାଣେ ଯେ ଯଦି ତାଇୱାନ ଉପରେ ଆକ୍ରମଣ କରିବା ପୂର୍ବରୁ ଚାଇନା ଆମେରିକା ଉପରେ ସାଇବର ଆକ୍ରମଣ କରେ, ତେବେ ପରିସ୍ଥିତି ଶହେ ଗୁଣ ଖରାପ ହେବ।

Share