ଆମେରିକାରେ ହୃଦୟ ବିଦାରକ ଦୃଶ୍ୟ: କାର୍‌-ଆମ୍ବୁଲାନ୍ସ-ଘର-ରାସ୍ତାକଡ଼ରେ ପଡ଼ି ରହିଛି ମୃତଦେହ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ନେଇ ଆମେରିକା ଏବେ ହଟ୍‌ସ୍ପଟ୍‌ ପାଲଟିଛି। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟ ପାଇଁ ମୃତକଙ୍କ ସଂଖ୍ୟା ଗଣିବା ଲାଗି ଯାଉଥିବା ଲୋକେ ବାସ୍ତବିକତା ଅନୁଭବ କରିପାରୁଛନ୍ତି। ଦକ୍ଷିଣ ଆମେରିକାର ଗ୍ବାୟାସ ଠାରୁ ଆରମ୍ଭ କରି ଇକ୍ୱାଡୋର ପର୍ଯ୍ୟନ୍ତ ସବୁଠାରେ କରୋନା ସଂକ୍ରମିତଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିବା ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। କାର୍‌-ଆମ୍ବୁଲାନ୍ସ-ଘର-ରାସ୍ତାକଡ଼ରେ ମୃତଦେହଗୁଡ଼ିକ ପଡ଼ି ରହିଛି। ଏଭଳି ହୃଦୟ ବିଦାରକ ଦୃଶ୍ୟ ସହ୍ୟ କରି ହେଉ ନ ଥିବା ସେମାନେ କହିଛନ୍ତି। ଲାଟିନ୍‌ ଆମେରିକାର ସମସ୍ତ ଅଞ୍ଚଳରେ ଏଭଳି ଦୃଶ୍ୟ ସରକାରୀ ଅଧିକାରୀଙ୍କୁ ବେଶ୍‌ ବ୍ୟଥିତ କରିଛି। କରୋନା ମହାମାରୀ ଯୋଗୁ ନ୍ୟୁୟର୍କ, ଗ୍ବାୟାକ୍ୱିଲ୍‌ ଆଦି ସହରରେ ସ୍ବାସ୍ଥ୍ୟ ସେବା ଖରାପ ସ୍ଥିତିରେ ରହିଥିବା କୁହାଯାଉଛି।

Share