ଆମେରିକାରେ ୩୩ ହଜାର ମୃତ

ଓ୍ବାଶିଂଟନ,୧୭।୪: ଆମେରିକା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ଏଠାରେ ବଢ଼ି ୬ ଲକ୍ଷ ୫୨ ହଜାରରେ ପହଞ୍ଚି ଥିବାବେଳେ ୩୩ ହଜାର ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ୩,୨୦୦ ନୂଆରୋଗୀ ଚିହ୍ନଟ କରାଯାଇଛି। କେବଳ ଗୁରୁବାର ୭୪୫ ଆମେରିକୀୟଙ୍କ ପ୍ରାଣହାନି ଘଟିଛି। ଏହା ଛଡ଼ା ସ୍ପେନ୍‌ରେ ୧.୮୨ ଲକ୍ଷ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୧୯,୧୩୦ରେ ପହଞ୍ଚିଛି। ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୧.୬୫ ଲକ୍ଷ ରହିଥିବା ବେଳେ ମୃତ୍ୟୁସଂଖ୍ୟା ରହିଛି ୨୧,୬୪୫। ଫ୍ରାନ୍ସରେ ୧୭,୧୬୭ ଏବଂ ବ୍ରିଟେନରେ ୧୩, ୭୨୯ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।

Share