ଆମେରିକାର ଚେତାବନୀ: ଭାରତ ସହ ପ୍ରତିଶୋଧ ନ ନେଉ ପାକିସ୍ତାନ

ଓ୍ବାଶିଂଟନ୍‌, ୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଭାରତଠାରୁ ଏବେ ପ୍ରତିଶୋଧ ନେଲେ ତାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି। ଭାରତ ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି। ଆଗକୁ ଏଭଳି ଜାରି ରଖିଲେ ପରିସ୍ଥିତି ଭୟଙ୍କର ହେବ। ପାକିସ୍ତାନ ଆତଙ୍କବାଦ ବନ୍ଦ ନ କଲେ କୌଣସି ଆଲୋଚନା ସମ୍ଭବ ନୁହେଁ ଟ୍ରମ୍ପ କହିଛନ୍ତି। ସୂଚନାଯୋଗ୍ୟ, ରବିବାର ଆୟୋଜିତ ଜି-୭ ସମ୍ମିଳନୀରେ ମୋଦି ଏବଂ ଟ୍ରମ୍ପ କଶ୍ମୀରରେ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି।

Share