ଆମେରିକାର ୪୬ ହଜାର ଅଟୋ ସେକ୍ଟର କର୍ମଚାରୀଙ୍କ ଧର୍ମଘଟ: ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିଲା

ଓ୍ବାଶିଂଟନ, ୧୬।୯ : ଆମେରିକାର ୪୬ ହଜାର ଅଟୋ ସେକ୍ଟର କର୍ମଚାରୀ ସୋମବାରଠାରୁ ଧର୍ମଘଟ ଆରମ୍ଭ କରିଛନ୍ତି। କର୍ମଚାରୀମାନେ ଜେନେରାଲ ମୋଟର କମ୍ପାନୀ ବିରୋଧରେ ଧର୍ମଘଟ କରିଛନ୍ତି। କମ୍ପାନୀ ଗତ ୪ ବର୍ଷ ଧରି କର୍ମଚାରୀଙ୍କ ସହିତ କରିଥିବା ବିଭିନ୍ନ ବୁଝାମଣା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିପାରି ନାହିଁ। ଏଥିରେ ନିରାଶ ହୋଇ କର୍ମଚାରୀମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କର୍ମଚାରୀ ଏବଂ କମ୍ପାନୀ ମଧ୍ୟରେ ଆଲୋଚନା କରାଇବା ଲାଗି ଉଦ୍ୟମ କରୁଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୦୭ରେ ଏଠାରେ ଅଟୋ ସେକ୍ଟର କର୍ମଚାରୀମାନେ ଧର୍ମଘଟ କରିଥିଲେ। ଏଥିରେ ୭୩ ହଜାର କର୍ମଚାରୀ ଯୋଗଦେଇଥିଲେ।

Share