Categories: ବାଣିଜ୍ୟ

ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟ ବଢୁଛି

ନୂଆଦିଲ୍ଲୀ,୧୮-୩: କରୋନାର ପ୍ରଭାବରେ ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ସଙ୍କଟ ସ୍ଥିତି ମାଡି ଆସୁଛି। ଷ୍ଟକ ବଜାର କାରବାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି। ଏହା ଦ୍ୱାରା ଆମେରିକା ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଆଡକୁ ବଢୁଛି। ଷ୍ଟକ ବଜାର ଏବଂ ଅର୍ଥ ବ୍ୟବସ୍ଥାରେ ଏକ ପ୍ରକାରର ଜଡତା ଆସିଯାଇଛି। ବହୁ ପରିଶ୍ରମ ପରେ ଏହାକୁ ଠିକ୍‌ କରାଯାଇଥିଲା। ପରିସ୍ଥିତି ଠିକ୍‌ ହେବା ପରେ ପୁଣି ଥରେ ଅର୍ଥବ୍ୟବସ୍ଥାରେ ଉନ୍ନତି ଆସିବ। ଏହା ପୁଣି ଥରେ ଅଭିବୃଦ୍ଧି ପଥରେ ଅଗ୍ରସର ହେବ ବୋଲି ଟ୍ରମ୍ପ କହିଛନ୍ତି।

Share