ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଇରାନ:ଆୟତୁଲ୍ଲା

ତେହେରାନ,୨୭ା୬: ଆମେରିକା ସହ ଆଣବିକ ଚୁକ୍ତିନାମା ରଦ୍ଦ ହେବା ପରେ ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଆମେରିକା ସେନାର ଏକ ଡ୍ରୋନକୁ ଇରାନ ପକ୍ଷରୁ ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୌଣସି ପରିସ୍ଥିତିରେ ଆମେରିକା ଆଗରେ ଇରାନ୍‌ ମୁଣ୍ଡ ନୁଆଁଇବ ନାହିଁ ବୋଲି ଦେଶର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲୀ ଖୋମେନି କହିଛନ୍ତି। ଆମେରିକାର ଧମକକୁ ଇରାନ ଡରିନାହିଁ ବୋଲି ସେ କହିଛନ୍ତି। ନିକଟରେ ଆମେରିକା ଖୋମେନିି ଏବଂ ତାଙ୍କ ସହଯୋଗୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେ ଏହା କହିଛନ୍ତି। ଇରାନ ଲୋକ ପ୍ରଗତି ଚାହାନ୍ତି, କୃର ପ୍ରତିପକ୍ଷର ଧମକ ଦେଶରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଖୋମେନି କହିଛନ୍ତି।

Share