ଆମେରିକା ଏୟାର ବେସ୍‌ ଉପରେ ଆକ୍ରମଣ କଲା ଇରାନ

ଓ୍ବାଶିଂଟନ, ୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନ ଇରାକରେ ଥିବା ଆମେରିକା ଏୟାର ବେସ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାକର ଅଲ୍‌ ଅସଦ ଏବଂ ଇରବିଲ୍‌ ଏୟାର ବେସ୍‌ ଉପରେ ୨୨ ବାଲାଷ୍ଟିକ୍‌ ମିଜାଇଲ୍‌ ମାଡ଼ କରାଯାଇଥିବା ଇରାନ କହିଛି। ଦୀର୍ଘ ଅଧଘଣ୍ଟା ଧରି ଏପରି ଆକ୍ରମଣ କରାଯାଇଥିବା ଇରାନ ସୂଚନା ଦେଇଛି। ଏୟାର ବେସ୍‌ ଉପରେ ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ଆମେରିକା ପକ୍ଷରୁ ଇରାନ ଏବଂ ଇରାକ ଉପର ଦେଇ ଏହାର ସମସ୍ତ ବିମାନ ଉଡ଼ାଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଆମେରିକା ଇରାନ ମଧ୍ୟରେ ଜାରି ରହିଥିବା ଏହି ଉତ୍ତେଜନା ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ୍‌ ୩.୫ ପ୍ରତିଶତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।

Share