Categories: ଖେଳ

ଆମେରିକା, ଓମାନକୁ ଦିନିକିଆ ମାନ୍ୟତା

ଓ୍ବିଣ୍ଡ୍‌ହୋକ, ୨୫।୪(ଏଏଫ୍‌ପି)- ଆମେରିକା ଓ ଓମାନକୁ ବୁଧବାର ପ୍ରଥମଥର ଲାଗି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ଟିମ୍‌ର ମାନ୍ୟତା ମିଳିଛି। ନାମ୍ବିଆରେ ଚାଲିଥିବା ବିଶ୍ୱ କ୍ରିକେଟ୍‌ ଲିଗ୍‌ ଡିଭିଜନ-୨ରେ ବୁଧବାର ଆମେରିକା ୮୪ ରନରେ ହଂକଂକୁ ପରାସ୍ତ କରିଥିଲା। ଫଳରେ ଲଗାତର ୩ଟି ବିଜୟ ହାସଲ କରି ଆମେରିକା ଏହି ସଫଳତା ପାଇଛି। ଆଗାମୀ ଅଢ଼େଇ ବର୍ଷ ମଧ୍ୟରେ ଆମେରିକା ୩୬ ଦିନିକିଆ ମ୍ୟାଚ୍‌ ଖେଳିବ। ଆମେରିକା ଏଥିପୂର୍ବରୁ ୨୦୦୪ ଚାମ୍ପିୟନ୍ସ ଟ୍ରଫିରେ ଦିନିକିଆ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିଥିଲା। ସେହିଭଳି ଓମାନ ମଧ୍ୟ ଏହି ପ୍ରତିଯୋଗିତାରେ ଖେଳିଥିବା ୩ଟି ଯାକ ମ୍ୟାଚ୍‌ରେ ବିଜୟ ହାସଲ କରିଛି।

Share