ଆମେରିକା କଲରାଡୋ ଜଙ୍ଗଲରେ ନିଆଁ: ଉଜୁଡିଗଲା ଶହ ଶହ ଘର

ଦେନଭର,୧ ।୧: ଆମେରିକା କଲରାଡୋ ରାଜ୍ୟର ଦେନଭର ଜଙ୍ଗଲରେ ନିଆଁ ଲାଗି ପାଖାପାଖି ୫୮୦ ଘର, ଗୋଟିଏ ହୋଟେଲ ଓ ଏକ ଶପିଂ ମଲ ଜଳି ଯାଇଥିବା ଜଣାପଡିଛି । ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଦେନଭର ବାହାର ଅଞ୍ଚଳରେ ଗୁରୁବାର ଲାଗିଥିବା ନିଆଁରେ ଅତିକମରେ ୭ଜଣ ଆହତ ହୋଇଥିବା ସୂଚନା ମିଳିଛି । ନିଆଁ ଲାଗିଥିବା ସ୍ଥାନରେ ଘଣ୍ଟା ପ୍ରତି ୧୬୯ କିଲୋମିଟର ବେଗରେ ପବନ ବହିବାରୁ ନିଆଁ ଖୁବଶୀଘ୍ର ବ୍ୟାପି ଯାଇଥିବା କହିଛନ୍ତି ବୋଲ୍ଡର କାଉଣ୍ଟିର ଶେରିଫ(କାଉଣ୍ଟିରେ ଆଇନ ମାମଲାର ଅଧିକାରୀ) ପେଲ । ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ତତ୍କାଳ ଏହାକୁ ନିୟନ୍ତ୍ରଣ କରି ହୋଇ ନ ଥିବା ସେ ପ୍ରକାଶ କରିଛନ୍ତି ।

Share