ଆମେରିକା ଗଟ୍‌ ଟ୍ୟାଲେଣ୍ଟ ଶୋ’ ଜିତିଲେ ମୁମ୍ବାଇର ଭି. ଅନ୍‌ବିଟେବୁଲ୍‌ ଡ୍ୟାନ୍ସ ଗ୍ରୁପ୍‌

ମୁମ୍ବାଇ: ଆମେରିକା ଗଟ୍‌ ଟ୍ୟାଲେଣ୍ଟରେ ଭାଗ ନେଇ ଲୋକପ୍ରିୟତା ହାସଲ କରିଛନ୍ତି ଅନେକ ନୃତ୍ୟଶିଳ୍ପୀ। ହେଲେ ଚଳିତ ଥର ସମସ୍ତଙ୍କୁ ଚକିତ କରି ମୁମ୍ବାଇର ଭି.ଅନ୍‌ବିଟେବୁଲ ଡ୍ୟାନ୍ସ ଗ୍ରୁପ୍‌ ଶୋ’ ବିଜେତା ହୋଇଛନ୍ତି। ଏ ନେଇ ଗ୍ରୁପ୍‌ର ସମସ୍ତ ନୃତ୍ୟଶିଳ୍ପୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

୨୯ଜଣ ଡ୍ୟାନ୍ସରକୁ ନେଇ ସୃଷ୍ଟ ଭି.ଅନ୍‌ବିଟେବୁଲ ଗ୍ରୁପ୍‌। ପୂର୍ବରୁ ଗ୍ରୁପ୍‌ର ସଦସ୍ୟମାନେ ଡ୍ୟାନ୍ସ ପ୍ଲସ ୪ ଏବଂ ଇଣ୍ଡିଆ ବନେଗା ଭଳି ଶୋ’ରେ ଭାଗନେଇଥିଲେ। ୨୦୧୯ରେ ଗ୍ରୁପ୍‌ ଆମେରିକା ଗଟ୍‌ ଟ୍ୟାଲେଣ୍ଟରେ ଭାଗ ନେଇ ଚତୁର୍ଥସ୍ଥାନ ହାସଲ କରିଥିଲା। ହେଲେ ଶୋ’ ଜିତିବା ଲକ୍ଷ୍ୟରେ ପୁଣି ଏହି ଗ୍ରୁପ୍‌ ଚଳିତ ବର୍ଷ ଭାଗ ନେଇଥିଲା। ଶେଷରେ ସେମାନଙ୍କ ସ୍ବପ୍ନ ସାକାର ହୋଇଛି।

Share