ଆମେରିକା ତାଗିଦ୍‌କୁ ଭୟ ନାହିଁ: ପୁଣି ଆଣବିକ ପରୀକ୍ଷଣ କଲା ଉତ୍ତରକୋରିଆ

ଓ୍ବାଶିଂଟନ, ୧୫।୧୨: ଆମେରିକା ତାଗିଦ୍‌କୁ ଭୟ ନ କରି ଉତ୍ତରକୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିଛି। ସୋହେ ସ୍ଥିତି ପରୀକ୍ଷଣ କେନ୍ଦ୍ରରେ ଏହା କରାଯାଇଛି। ଆମେରିକା-ଉତ୍ତରକୋରିଆ ମଧ୍ୟରେ ଆଣବିକ ପରୀକ୍ଷଣ ନେଇ ହୋଇଥିବା ଚୁକ୍ତିର ଏହା ଅବମାନନା ବୋଲି କୁହାଯାଉଛି। ଇତିମଧ୍ୟରେ ଉତ୍ତରକୋରିଆ ୨ଟି ଆଣବିକ ପରୀକ୍ଷଣ କରିଥିବା ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତରକୋରିଆ ନୂଆ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ଯୋଜନା କରିଥିବା ଜେନେରାଲ ଷ୍ଟାଫ୍‌ ମୁଖ୍ୟ ପାକ୍‌ ଜୋନ୍‌ ଚୋନ୍‌ କହିଥିଲେ। ଏଥିଲାଗି ଆବଶ୍ୟକ ଜ୍ଞାନକୌଶଳ ଏକାଠି କରାଯାଉଥିବା ସେ ସୂଚନା ଦେଇଥିଲେ। ଏନେଇ ଆମେରିକା ଏବଂ ଉତ୍ତରକୋରିଆ ମଧ୍ୟରେ ଉତ୍ତେଜନା କ୍ରମଶଃ ବଢ଼ିବାରେ ଲାଗିଛି। ଏହାଯୋଗୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି।

Share