ଆମେରିକା ଦୂତାବାସ ନିକଟରେ ୨ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨।୩: ଇରାକର ବାଗଦାଦ୍‌ଠାରେ ଥିବା ଆମେରିକା ଦୂତାବାସ ନିକଟସ୍ଥ ଗ୍ରୀନ୍‌ ଜୋନ୍‌ରେ ୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ ହେବାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗତ ଅକ୍ଟୋବରଠାରୁ ଇତିମଧ୍ୟରେ ଇରାକ ଉପରେ ୨୦ଥର କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଜାନୁୟାରୀ ୩ରେ ଆମେରିକା ଇରାନ କମାଣ୍ଡର କାସିମ୍‌ ସୁଲେମାନୀଙ୍କୁ ହତ୍ୟା କରିଥିଲା। ଏହାପରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି।

Share