ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ପ୍ରେମ: କହିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ

ନ୍ୟୁୟର୍କ, ୧୩।୬: ଭାରତ ଏବଂ ଆମେରିକା ମଧ୍ୟରେ ଆଗକୁ ସମ୍ପର୍କ ଦୃଢ ହେବା ନେଇ ଆଶାବାଦୀ ଅଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମପିଓ। ଇଣ୍ଡିଆ ଆଇଡିଆଜ୍‌ ସମିଟ୍‌କୁ ସମ୍ବୋଧିତ କରି ମାଇକ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି କହିଛନ୍ତି, ଗତ ଲୋକ ସଭା ନିର୍ବାଚନରେ ମୋଦିଙ୍କ ବିଜୟ ପରେ ଦୁଇଦେଶ ସମ୍ପର୍କ ଆହୁରି ମଜବୁତ୍‌ ହେବ। ଭାରତରେ ନିର୍ବାଚନ ପୂର୍ବରୁ ମୋଦି ଅଛନ୍ତି ତ ସବୁ ସମ୍ଭବ ଯେଉଁ ନାରା ଲାଗିଥିଲା ତାହା ଭାରତ ଏବଂ ଆମେରିକା ସମ୍ପର୍କରେ ମଧ୍ୟ ଲାଗୁ ହୋଇପାରେ ବୋଲି ସେ କହିଛନ୍ତି।

Share