ଆମେରିକା ଭିଜା: ଆବେଦନକାରୀଙ୍କୁ ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡ଼ିଆ ତଥ୍ୟ

ଓ୍ବାଶିଂଟନ,୨।୬: ଆମେରିକା ଭିଜା ବ୍ୟବସ୍ଥାରେ ଏବେ ନୂଆ ନିୟମ ସଂଯୁକ୍ତ କରାଯାଇଛି। ଏବେ ଏଥିପାଇଁ ଆବେଦନକାରୀଙ୍କୁ ସୋସିଆଲ୍‌ ମିଡ଼ିଆ ତଥ୍ୟ, ଇମେଲ୍‌ ଠିକଣା ତଥା ଫୋନ୍‌ ନମ୍ବର ସୂଚନା ଦେବାକୁ ପଡ଼ିବ। ଗତ ୫ ବର୍ଷ ଧରି ଆବେଦନକାରୀ ବ୍ୟବହାର କରୁଥିବା ସୋସିଆଲ୍‌ ମିଡ଼ିଆର ୟୁଜର ନେମ୍‌ ସମ୍ପର୍କିତ ତଥ୍ୟ ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ବାର୍ଷିକ ୧୪.୭ ନିୟୁତ ଆବେଦନକାରୀ ଭିଜା ଲାଗି ଆବେଦନ କରିଥାନ୍ତି।

Share