ଆମେରିକା ଯାତ୍ରା କଲେ ଜିଲାପାଳ ଶୁଭମ ସକସେନା : ଅନ୍ତର୍ଜାତୀୟ ସମ୍ମିଳନୀରେ ଦେବେ ଯୋଗ

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଶୁଭମ ସକ୍‌ସେନା ଆମେରିକାର ନାସଭିଲ୍ଲେ ଆଣ୍ଡ୍‌ ହଷ୍ଟେନଠାରେ ଇଣ୍ଟରନ୍ୟାଶନାଲ ସିଟି/ କଣ୍ଟ୍ରି ମ୍ୟାନେଜର୍ସ ଆସୋସିଏଶନ୍‌ (ଆଇସିଏମ୍‌ଏ)ର ସମ୍ମିଳନୀରେ ଯୋଗଦେବାକୁ ଯାତ୍ରା କରିଛନ୍ତି । ୧୦୫ତମ ଏହି ସମ୍ମିଳନୀ ୧୪ ତାରିଖଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାରୁ ଏକ ମାତ୍ର ପ୍ରତିନିଧିଭାବେ ତାଙ୍କୁ ଚୟନ କରାଯାଇ ଥିବାବେଳେ ସେଠାରେ ସେ ଅତିଥି ଓ ବକ୍ତାଭାବେ ଯୋଗଦେବେ । ମହାନଗର ପରିଚାଳନା ସମ୍ପର୍କିତ ବିଷୟରେ ସେ ଆଲୋଚନା କରିବେ । ସୂଚନାଯୋଗ୍ୟ ଯେ, ଜିଲାପାଳ ସକ୍‌ସେନା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ କମିଶନର ଓ ପ୍ରଶାସନିକ ଦାୟିତ୍ୱ ନିର୍ବାହ ଭାବେ କାର୍ଯ୍ୟ କରିଥିଲେ ।

Share