ଆମେରିକା ଯିବେ ନାହିଁ ଆଫଗାନ ରାଷ୍ଟ୍ରପତି

କାବୁଲ,୭।୯: ଆଫଗାନୀସ୍ତାନର ରାଷ୍ଟ୍ରପତି ଅଶରଫ ଗନି ଶନିବାର ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେ ଆମେରିକରା ଗସ୍ତ କରୁ ନାହାଁନ୍ତି ବୋଲି ଜଣାପଡିଛି। ଗନିଙ୍କ ସହ ୧୩ଜଣ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏଥିରେ ପରିବର୍ତ୍ତନ କରାଯାଇଛି। ଏହି ଗସ୍ତ ବାତିଲ କାର୍ଯ୍ୟକ୍ରମର କୌଣସି ସଠିକ୍‌ କାରଣ ଜଣାପଡି ନ ଥିବା ବେଳେ କେତେକ ଗଣମାଧ୍ୟମ ସୂଚନା ଦେଇଛନ୍ତି କି ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପାଇଁ ଏହି ଗସ୍ତକୁ ବାତିଲ କରାଯାଇଛି।

Share