ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ପ୍ରାର୍ଥୀ ନାମାଙ୍କନ ତାଲିକା ଦୌଡରେ ଡିସାଣ୍ଟିସଙ୍କୁ ପଛରେ ପକାଇଲେ ଟ୍ରମ୍ଫ

ଓ୍ବାଶିଂଟନ,୨୩।୪: ଓ୍ବାର୍ଲ ଷ୍ଟ୍ରିଟ ଜର୍ନାଲର ସର୍ବେକ୍ଷଣ ହିସାବରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆଗାମୀ ରାଷ୍ଟ୍ରପତି ନାମାଙ୍କନ ଦୌଡରେ ଫ୍ଲୋରିଡାର ଗଭର୍ନର ରନ ଡିସାଂଟିସଙ୍କୁ ପଛରେ ପକାଇ ଦେଇଛନ୍ତି। ସର୍ଭେରୁ ଜଣାପଡିଛି କି ଟ୍ରମ୍ଫ ଅଧିକାଂଶ ପ୍ରାଇମେରି ଇଲେକ୍ଟୋରେଟର ସମର୍ଥନରେ ସଫଳ ହୋଇଛନ୍ତି। ଏହି ସର୍ବେକ୍ଷଣ ଆହୁରି ମଧ୍ୟ କହୁଛି ଯେ ଡିସାଂଟିସ ରାଷ୍ଟ୍ରୀୟ ସ୍ତରରେ ସଂଘର୍ଷ କରୁଛନ୍ତି। ସର୍ଭେର ପରିଣାମ ହିସାବରେ ୫୧ ପ୍ରତିଶତ ରିପବ୍ଲିକନ ପ୍ରାଥମିକ ମତଦାତା ରନ ଡିସାଂଟିସଙ୍କ ତୁଳନାରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ସମର୍ଥନ କରୁଛନ୍ତି। ଡିସାଂଟିସଙ୍କୁ ୩୮ ପ୍ରତିଶତ ଲୋକେ ପସନ୍ଦ କରୁଛନ୍ତି। ଡିସାଂଟିସ ଫ୍ଲୋରିଡାର ଗଭର୍ନର ଭାବେ ଦ୍ୱିତୀୟ ଥର ନିର୍ବାଚିତ ହେବା ପରେ ଡିସେମ୍ବରରେ ୧୪ ଅଙ୍କ ଅଧିକ ପାଇଥିଲେ। ହେଲେ ଏବେ ତାଙ୍କର ରେଟିଂ ୧୩ ଅଙ୍କ ତଳକୁ ଖସିଯାଇଛି। ଡୋନାଲ୍ଡ ଟ୍ରମ୍ଫ ୧୨ ରିପବ୍ଲିକାନ ଦାବିଦାରଙ୍କ ମଧ୍ୟରୁ ୪୮ ପ୍ରତିଶତ ଲୋକଙ୍କ ସମର୍ଥନ ହାସଲ କରିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ରାଜା କିଏ? ଗଧ ନା ହାତୀ, ଚମକାଇଲା ପୋଲ୍‌ ଅଫ୍‌ ମହାପୋଲ୍‌ର ସର୍ଭେ

ଓ୍ବାଶିଂଟନ୍‌,୬।୧୧: ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ମଧ୍ୟରୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଯେଉଁଠାରେ ଦୁଇ ଜଣଙ୍କ ମଧ୍ୟରେ ଏକ ଜୋରଦାର...

ଟ୍ରମ୍ପ ହେବେ ରାଷ୍ଟ୍ରପତି! ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୬।୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ନଭେମ୍ବର ୬, ୨୦୨୪ରେ ସମ୍ବୋଧିତ କରିବେ। ଏଥି ସହିତ...

ଡୋନାଲ୍ଡ ଟ୍ରମ୍ପ ହେବେ ଆମେରିକାର ରାଷ୍ଟ୍ରପତି! ମିଳିଲା ବହୁମତ

ଓ୍ବାଶିଂଟନ୍‌,୬।୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପକୁ ବହୁମତ ମିଳିଛି। ସେ ତାଙ୍କ ସମର୍ଥକଙ୍କୁ ଆଜି ସମ୍ବୋଧିତ...

ଧୂଆଁର ନାହିଁ ସୀମା, ଭାରତ ସହ ମିଶି କାମ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମାବାଦ/ନୂଆଦିଲ୍ଲୀ,୬।୧୧: କେବଳ ଦିଲ୍ଲୀ ସମେତ ଉତ୍ତର ଭାରତରେ ନୁହେଁ ପଡୋଶୀ ପାକିସ୍ତାନରେ ମଧ୍ୟ ଧୂଆଁର ସମସ୍ୟା ଏକ ଗୁରୁତର ସମସ୍ୟା ପାଲଟିଛି। ଯାହା ଏବେ ପ୍ରଦୂଷଣର...

ଆମେରିକା ନିର୍ବାଚନ: ମ୍ୟାଜିକ ନମ୍ବର ମୁହାଁ ଏହି ନେତା, ଆରମ୍ଭରୁ କଲେଣି ଝଡ

ଓ୍ବାଶିଂଟନ୍‌,୬।୧୧: ହ୍ବାଇଟ ହାଉସ୍‌ ଲଢ଼େଇରେ କିଏ ବାଜି ମାରିବ ? କିଏ ଜିତିବ ସୁପର ପାଓ୍ବାରର ବସ୍‌ ଅଫ୍‌ ସୁପର ପାଓ୍ବାରର ରେସ ? ଆମେରିକାର...

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଙ୍ଗିଗଲା ବାହାଘର, ମହିଳା କହିଲେ ଅଜବ କାରଣ

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ କରିଛି, ଆମେରିକାର ରାଷ୍ଟ୍ରପତି କିଏ ହେବେ ତାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି। ଏହି ସମୟରେ...

ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରୁଥିବା ରାଜ୍ୟରେ କ୍ଲିନ ସ୍ବିପ ଆଡକୁ ବଢୁଛନ୍ତି ଟ୍ରମ୍ପ,ଚିନ୍ତାରେ କମଳା

ଓ୍ବାଶିଂଟନ,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟ୍ରେଣ୍ଡରେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କଠାରୁ ଆଗରେ ଅଛନ୍ତି।...

କାଉଟିଂ ଭିତରେ ଖବରଦାତାଙ୍କ ଉପରେ ରାଗିଲେ ଟ୍ରମ୍ପ!

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ମଙ୍ଗଳବାର ଫ୍ଲୋରିଡାର ପାଲମ ବିଚରେ ଭୋଟ ଦେବା ପରେ ଦୁଇଥର ଗର୍ଭପାତ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri