ଆମେରିକା ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ: ୩ ସେନା ନିହତ

ଓ୍ବାଶିଂଟନ,୬।୧: ସୋମାଲିଆରେ ଅଲ କାଏଦା ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ଅଲ ସବାବ ଆତଙ୍କବାଦୀ ସଙ୍ଗଠନ କେନିଆରେ ଥିବା ଆମେରିକା ସେନା ଶିବିର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଲାମୁ କାଉଣ୍ଟିରେ ଥିବା ସେନା ଶିବିର ଉପରେ ଆକ୍ରମଣ ହେବା ଫଳରେ ଏଥିରେ ୩ ଆମେରିକୀୟ ସେନା ନିହତ ହୋଇଥିବା ଖବର ମିଳିଛି। ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଅଲ ସବାବ ଆତଙ୍କବାଦୀ ସଙ୍ଗଠନ। ରବିବାର ରକେଟ୍‌ ଓ ମୋର୍ଟାର ମାଡ କରିବାରୁ ଏଥିରେ ଆମେରିକୀୟ ସେନାଙ୍କ ମୃତ୍ୟୁ ହୋଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।

Share