ନୂଆଦିଲ୍ଲୀ: ଆମେରିକୀୟ ୟୁଟ୍ୟୁବର ଡରେନ ଜଶନ ୱାଟକିନ୍ସ ଜୁନିୟର ନିକଟରେ ଏପରି କାମ କରିଛନ୍ତି, ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଛି। ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଟ୍ୟୁବର ଡରେନ ଭାରତ ଭ୍ରମଣରେ ଆସିଥିଲେ। ସେଠାରେ ଏକ ରାସ୍ତାରେ ଯିବାବେଳେ ତାଙ୍କ କାର୍ରୁ ଓହ୍ଲାଇ ଜଣେ ମହିଳାଙ୍କୁ ଭେଟିଥିଲେ। ଏହାପରେ ସେ ମହିଳାଙ୍କୁ କିଛି ଆର୍ଥିକ ସାହାଯ୍ୟ କରିଥିଲେ। ମହିଳା ଜଣକ ଡରେନଙ୍କଠାରୁ ଟଙ୍କା ନେଇ କାନ୍ଦିବାକୁ ଲାଗିଲେ। ଏହାପରେ ସେ ତାଙ୍କ ସମସ୍ୟା ଡରେନଙ୍କ ଆଗରେ କହିଥିଲେ।