Categories: ଜାତୀୟ

ଆମେ ଭଲ ସ୍ଥିତିରେ ଅଛୁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୩: କରୋନା ଭାଇରସର ସ୍ଥିତିକୁ ଦେଖି ସୋମବାର କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପରାଜ୍ୟପାଳ ଅନିଲ ବୈଜଲ ଓ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଖବରଦାତାଙ୍କୁ କହିଛନ୍ତି, କରୋନା ଭାଇରସକୁ ନେଇ ଆମେ ପୂର୍ବରୁ ପ୍ରସ୍ତୁତ ଥିବାରୁ ଏବେ ଆମେ ଭଲ ସ୍ଥିତିରେ ଅଛୁ। ଏହା ଅର୍ଥ ନୁହେଁ ଯେ ଏବେ ଆମେ ସଚେତନ ହେବାନାହିଁ। ଜାନୁୟାରୀ ୧୮ରୁ ୭ଟି ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଉଥିବା ବେଳେ ଏବେ ଏହା ୩୦ଟି ବିମାନ ବନ୍ଦରରେ କରାଯାଉଛି। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସ୍କ୍ରିନିଂ ସୁବିଧା କରାଯାଇଛି ବୋଲି ସେ କହିଛନ୍ତି। କେବଳ କରୋନା ସଂକ୍ରମିତ ରୋଗୀ ମାସ୍କ ବ୍ୟବହାର କରିବାକୁ ସେ କହିଛନ୍ତି।

Share