Categories: ଜାତୀୟ

ଆମେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରିନାହୁଁ: ସିଦ୍ଦରମୈୟା

ବେଙ୍ଗାଲୁରୁ,୩୧।୧୨: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମନ୍ଦିର ନିର୍ମାଣକୁ ସମର୍ଥନ କରିଛନ୍ତି। ସେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ନିର୍ମାଣ ବିରୋଧୀ ନୁହଁନ୍ତି ବୋଲି କହିଛନ୍ତି।
କନ୍ନଡ ଭାଷା ବିରୋଧରେ ହୋଇଥିବା ବିରୋଧ ସମ୍ପର୍କରେ ସେ କହିଛନ୍ତି ଯେ, ଆଇନକୁ କେହି ନିଜ ହାତକୁ ନେବା ଉଚିତ୍‌ ନୁହେଁ। ଶାନ୍ତିପୂର୍ଣ୍ଣ ବିରୋଧ ଗ୍ରହଣୀୟ, କିନ୍ତୁ ସରକାରୀ କିମ୍ବା ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ସିଦ୍ଦରମୈୟା ଗୁରୁତ୍ୱାରୋପ କରିଛନ୍ତି।
ସିଦ୍ଦରମୈୟା କହିଛନ୍ତି ଯେ, ଯେଉଁମାନେ ଆଇନ ଉଲ୍ଲଂଘନ କରିବେ ସେମାନଙ୍କୁ ଗିରଫ କରାଯିବ, ଯଦି ସେମାନେ ନିର୍ଦ୍ଦୋଷ ତେବେ ସେମାନଙ୍କୁ ଗିରଫ କରାଯିବ ନାହିଁ, ଆମ ସରକାରରେ ଲୋକଙ୍କର କୌଣସି ଅନିଷ୍ଟ କରାଯିବ ନାହିଁ ଏବଂ ଯେଉଁମାନେ ଅପରାଧ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share