‘ଆମେ ଶାନ୍ତିରେ ବଞ୍ଚତ୍ପାରିବା’

ଲଣ୍ଡନ,୯।୮:କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ। ଆମେ ଶାନ୍ତିରେ ବଞ୍ଚତ୍ପାରିବା। କେହି କାହାକୁ ଆଘାତ ଦେବା ବା କ୍ଷତି ପହଞ୍ଚାଇବା ଅନାବଶ୍ୟକ ବୋଲି ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ପାକିସ୍ତାନର ଶିକ୍ଷା ଅଧିକାର କର୍ମୀ ମଲାଲା ୟୁସୁଫ୍‌ଜାଇ ଗୁରୁବାର ଆଶାବ୍ୟକ୍ତ କରିଛନ୍ତି। କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ଅନୁରୋଧ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିଛି।
ମଲାଲା(୨୨) କହିଛନ୍ତି, ପିଲାବେଳୁ ସେ ଦେଖିଆସୁଛନ୍ତି କଶ୍ମୀରବାସୀ ଦ୍ୱନ୍ଦ୍ୱ ଭିତରେ ବଞ୍ଚତ୍ଛନ୍ତି। ଏପରିକି ତାଙ୍କ ବାପାମାଆ ପିଲା ଥିବାବେଳଠାରୁ ଏହି ସ୍ଥିତି ଲାଗିରହିଛି। ଦକ୍ଷିଣ ଏସିଆ ତାଙ୍କ ଘର ହୋଇଥିବାରୁ ସେ କଶ୍ମୀର ପ୍ରସଙ୍ଗରେ ଚିନ୍ତିତ। ବିଭିନ୍ନ ସଂସ୍କୃତି, ଧର୍ମ, ଭାଷା, ପ୍ରଥା ଓ ପରମ୍ପରା ପ୍ରଚଳିତ ଏହି ଅଞ୍ଚଳର ଜନସାଧାରଣ ଶାନ୍ତିରେ ବସବାସ କରିପାରିବେ ବୋଲି ମଲାଲା ଆଶାବ୍ୟକ୍ତ କରିଛନ୍ତି। ବିଶେଷ କରି କଶ୍ମୀରର ମହିଳା ଓ ପିଲାମାନେ ହିଂସାର ସର୍ବାଧିକ ଶିକାର ହେଉଥିବାରୁ ମଲାଲା ଏଥିପାଇଁ ଚିନ୍ତାବ୍ୟକ୍ତ କରିଛନ୍ତି। ସମଗ୍ର ଦକ୍ଷିଣ ଏସିଆ, ଅନ୍ତର୍ଜାତୀୟ ସମୁଦାୟ ଏବଂ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

Share