ବେଙ୍ଗାଲୁର୍, ୨୭।୬: ଭାରତୀୟ ଗବେଷକ ଆମ୍ବପତ୍ରରୁ କଳଙ୍କି ପ୍ରତିରୋଧୀ ଉତ୍ପାଦ ପ୍ରସ୍ତୁତ କରିଛନ୍ତି। ଏହି ଇକ୍ରୋ-ଫେଣ୍ଡଲି ଉତ୍ପାଦ ଲୁହାରେ କଳଙ୍କି ହେବାକୁ ଦେଇ ନ ଥାଏ ବୋଲି ଗବେଷକ ସୂଚନା ଦେଇଛନ୍ତି। ଥିରୁଭାନନ୍ତପୁରମ୍ ସ୍ଥିତ ରାଷ୍ଟ୍ରୀୟ ଅନ୍ତର୍ବିଷୟୀ ବିଜ୍ଞାନ ତଥା ପ୍ରାଦ୍ୟୋଗିକ ସଂସ୍ଥାନର ଗବେଷକ ଏହି ଉତ୍ପାଦ ଆମ୍ବପତ୍ର ଅର୍କରୁ ପ୍ରସ୍ତୁତ କରିଛନ୍ତି। ଆମ୍ବପତ୍ରରେ ଥିବା ଫାଇଟୋକେମିକାଲ୍ସ୍ ଲୁହାରେ କଳଙ୍କି ହେବାକୁ ଦେଇ ନ ଥାଏ ବୋଲି ଡ. ନିଶାନ୍ତି କେ. ଗୋପାଲନ୍ ସୂଚନା ଦେଇଛନ୍ତି। ଲୁହା ଉପରେ ଏହାର ଲେପ ଦିଆଗଲେ ୯୯ ପ୍ରତିଶତ କଳଙ୍କି ପ୍ରତିରୋଧୀ ଭାବେ ଏହା କାର୍ଯ୍ୟ କରିବାକୁ ସକ୍ଷମ ହେବ ବୋଲି ଗୋପାଲନ୍ ସୂଚନା ଦେଇଛନ୍ତି। ଆମ୍ବପତ୍ର ଅର୍କକୁ ସିଲିକା ସହିତ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।