Categories: ଅନୁଗୋଳ

ଆମ୍ବପାଳ ଗ୍ରାମରେ ଅଗ୍ନିକାଣ୍ଡ: ୩ ବଖରା ସହ ଜଳିଗଲେ ବୃଦ୍ଧା

ବଇଣ୍ଡା,୧ା୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଆମ୍ବପାଳ ଗ୍ରାମରେ ସୋମବାର ପୂର୍ବାହ୍ନରେ ନିଆଁରେ ପୋଡ଼ି ହୋଇ ପୁଞ୍ଜେଇ ପ୍ରଧାନ(୯୦)ଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କର ୩ ବଖରା ଚାଳ ଘର ଜଳିଯାଇଛି।
ଘଟଣା ମୁତାବକ, ଘରେ କେହି ନ ଥିବାବେଳେ ପୁଞ୍ଜେଇ ରୋଷେଇ କରୁଥିଲେ। ବିଦ୍ୟୁତ୍‌ ନ ଥିବାରୁ ଏକ ଡିବିରି ଲଗାଇ ଲଗାଇଥିବାବେଳେ ହଠାତ୍‌ ତାଙ୍କ ପିନ୍ଧା ବସ୍ତ୍ରରେ ନିଆଁ ଲାଗି ଯାଇଥିଲା। ପରେ ସେହି ନିଆଁ ବ୍ୟାପି ଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଘର ସହ ପୁଞ୍ଜେଇ ନିଆଁରେ ଦଗ୍ଧ ହୋଇଯାଇଥିଲେ। ଖବରପାଇ ବାମୁର ଅଗ୍ନିଶମ କର୍ମଚାରୀ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କ ମୃତଦେହ ଘରୁ ଉଦ୍ଧାର କରିଥିଲେ। କିଶୋରନଗର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହଣ୍ଡପା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି।