ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଶାଖା ସ୍ଥାନାନ୍ତରଣକୁ ବିରୋଧ: ମିଳିତ କ୍ରିୟାନୁଷ୍ଠାନ କମିିିଟିର ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସ୍ଥାନାନ୍ତରଣକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ଶରଧାବାଲିରେ ଥିବା ଏହି ବ୍ରାଞ୍ଚକୁ ଖୋଡାସିଙ୍ଗି ଏଡିବି ଶାଖା ସହ ମିଶ୍ରଣ କରାଯିବାକୁ ଯୋଜନା କରାଯାଉଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। ଏହି ବ୍ରାଞ୍ଚ ଉପରେ ଅନେକ ସହରତଳି ଅଞ୍ଚଳର ହଜାର ହଜାର ଗ୍ରାହକ ନିର୍ଭର କରୁଥିବାରୁ ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଏହାକୁ ବିରୋଧ କରିଛି। ସ୍ଥାନାନ୍ତରକୁ ବନ୍ଦ କରିବା ଦାବି ନେଇ ବୁଧବାର କମିଟିର ସଦସ୍ୟମାନେ ବ୍ରହ୍ମାନଗର ଦ୍ୱିତୀୟ ଗଳିରେ ଅବସ୍ଥିତ ଷ୍ଟେଟବ୍ୟାଙ୍କ ଜୋନାଲ କାର୍ଯ୍ୟାଳୟର ଏଜିଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସରକାର ଆର୍ଥତ୍କ ଅନ୍ତଭୁକ୍ତି ଯୋଜନା ଅଧୀନରେ ଲୋକଙ୍କୁ ବ୍ୟାଙ୍କି ବ୍ୟବସ୍ଥା ସହ ଯୋଡିବାକୁ ଅଧିକରୁ ଅଧିକ ବ୍ୟାଙ୍କ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆମ୍ବପୁଆ ଷ୍ଟେଟବ୍ୟାଙ୍କ ଶାଖାର ସ୍ଥାନାନ୍ତରଣ ନେଇ ଯୋଜନା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କମିିିଟି ପକ୍ଷରୁ କୁହାଯାଇଛି।
ଏହି ବ୍ୟାଙ୍କ ଉପରେ ବର୍ତ୍ତମାନ ମହାନଗର ନିଗମର ୩୮, ୩୯ ଓ ୪୦ ନଂ. ୱାର୍ଡ ସମେତ ଦଶ ଖଣ୍ଡ ଆଖପାଖ ଗ୍ରାମାଞ୍ଚଳର ଲୋକେ ନିର୍ଭର କରୁଛନ୍ତି।
ଏଥିସହ ଏହି ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନ ୟୁନିଟ ଗୁଡିକ ମଧ୍ୟ ଏହା ଉପରେ ନିର୍ଭରଶୀଳ। ଏହି ବ୍ୟାଙ୍କରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କ ପେନସନ ଖାତା ରହିଛି। ଏହି ଶାଖାକୁ ସ୍ଥାନାନ୍ତର କରାଗଲେ ହଜାର ହଜାର ଲୋକ ନାନା ସମସ୍ୟାର ସମ୍ମୁଖୀନ ହେବେ ବୋଲି କମିଟି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ସ୍ଥାନାନ୍ତରଣକୁ ନେଇ ହୋଇଥିବା ଯୋଜନାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରତ୍ୟାହୃତ କରିବାକୁ ସେମାନେ ଦାବି କରିଛନ୍ତିି। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପସଭାପତି ହରିହର ନାୟକ, ଉପଦେଷ୍ଟା ସୁବାସ ଚନ୍ଦ୍ର ପାତ୍ର, ପ୍ରଫେସର ରଙ୍ଗନାଥ ମିଶ୍ର, ନାରାୟଣ ଚନ୍ଦ୍ର ପରିଚ୍ଛା, ଏଲ ଲକ୍ଷ୍ମଣ ପାତ୍ର, ସିଲ୍ଲା ବୈରୀ ଓ କାହ୍ନୁଚରଣ ପତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା...

ଭାଉଜଙ୍କୁ ଟଣାଓଟରା କରିବା ସହ ସୁନା ଚେନ ଲୁଟ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ଏକ ବିବାହ ଭୋଜିରୁ ଫେରୁଥିବା ବେଳେ ଭାଉଜଙ୍କୁ ଟଣାଓଟରା କରିବା ସହ ବେକରୁ ଏକ ସୁନା ଚେନ ଲୁଟି ନେଇଥିବା ନେଇ...

୫୦ ହଜାର ଟଙ୍କା ଯୌତୁକ ଦାବିରେ ନିର୍ଯ୍ୟାତନା ସହ ହତ୍ୟା ଉଦ୍ୟମ ଅଭିଯୋଗ

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୬ ମାସ ପରଠାରୁ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ଶାରୀରିକ...

ପଞ୍ଚାୟତିରାଜ ଦିବସ ପାଳିତ: ୩୯ ହିତାଧିକାରୀ ପାଇଲେ ରାଶନ କାର୍ଡ

ଦିଗପହଣ୍ଡି,୨୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି...

ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଜଳିଗଲା

ଦିଗପହଣ୍ଡି,୨୪।୪ (ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ବଡଦାଣ୍ଡ ସାହିର ନର୍ମଦା ସାହୁ ଙ୍କ ଗ୍ରୋସରୀ ଦୋକାନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୬...

ଧୂମୁଛାଇ ଉପନିର୍ବାଚନ ଫଳଫଳ: ଭାଜପା ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କ ବାଜିମାତ୍‌

ବେଲଗୁଣ୍ଠା,୨୪ା୪(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ଆଜି ଭୋଟ୍‌ ଗଣତି କରାଯାଇ ଫଳାଫଳ...

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି।...

ଦୀର୍ଘ ୩ ଦିନ ପରେ ପାଗଳ ମାଙ୍କଡ଼କୁ କାବୁ କଲା ବନ ବିଭାଗ

ଗଞ୍ଜାମ,୨୪ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଗତ କିଛି ଦିନ ହେବ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ। ଗତ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image