ଆମ୍ବୁଲାନ୍ସକୁ ବାଟ ଛାଡ଼ିିବା ପାଇଁ ସଚେତନତା

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ରୋଗୀଙ୍କୁ ନେବାବେଳେ ଆମ୍ବୁଲାନ୍ସ କିଭଳି ଟ୍ରାଫିକ ଭିଡ଼ରେ ଫସିବ ନାହିଁ ସେଥିଲାଗି କମିଶନରେଟ ପୋଲିସ ଭିନ୍ନ ତରିକା ଆପଣାଇଛି। ଏଥିପାଇଁ ଆରମ୍ଭ କରିଛି ସଚେତନତା ଅଭିଯାନ। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ରସୁଲଗଡ଼ ନିକଟ ଏସ୍‌ପ୍ଲାନେଡ ମଲ୍‌ରେ ହୋଇଛି ଏହି ସଚେତନତା କାର୍ଯ୍ୟକ୍ରମ। ଏଥିରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ଟ୍ରାଫିକ ଡିସିପି ସାଗରିକା ନାଥ ଯୋଗଦେଇ ଲୋକଙ୍କୁ ହେଲମେଟ ଗିଫ୍ଟ ଦେଇ ସଚେତନ କରାଇଛନ୍ତି। ଆମ୍ବୁଲାନ୍ସକୁ ବାଟ ଛାଡ଼ିଦେବା ବାର୍ତ୍ତାକୁ ସେଲ୍ଫି ଜରିଆରେ ବହୁଳ ପ୍ରସାର କରିବା ପାଇଁ ସେ ଆହ୍ବାନ କରିଛନ୍ତି। ଆମ୍ବୁଲାନ୍ସ ଯିବାବେଳେ ଗାଡ଼ି ଚାଳକମାନେ ଡାହାଣ କିମ୍ବା ବାମକୁ ଯାଇ ବାଟ ଦେବେ। ଏଥିପାଇଁ ସଚେତନ ହେବାକୁ ଜନସାଧାରଣଙ୍କୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି।

Share