Categories: କନ୍ଧମାଳ

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ମାଲିକ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬ା୧- କନ୍ଧମାଳ ଜିଲାରେ ଗଞ୍ଜେଇ ଚୋରା ଚାଲାଣ କାରବାର ବେଧଡକ ଚାଲିଛି। ପୋଲିସକୁ ଚକ୍‌ମା ଦେଖାଇବାକୁ ଚାଲାଣକାରୀମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଗଞ୍ଜେଇ ଗାଡିକୁ ପାର କରିବା ପାଇଁ ବାଇକ ପାଇଲଟିଂ ବ୍ୟବସ୍ଥା ହେଉଛି। ସାଧାରଣ ଗାଡିରେ ଗଞ୍ଜେଇ ନେଲେ ପୋଲିସ ଯାଞ୍ଚରେ ଧରାପଡିଯିବାର ସମ୍ଭାବନା ରହିଛି। ସେଥିରୁ ବର୍ତ୍ତିବା ପାଇଁ ଆମ୍ବୁଲନ୍ସରେ ଗଞ୍ଜେଇ ଚାଲାଣ ଏବେ ନୂଆ କୌଶଳ ପାଲଟିଛି। ଏଭଳି ଏକ ଘଟଣାରେ ଫିରିଙ୍ଗିଆ ପୋଲିସ ଏକ ଆମ୍ବୁଲାନ୍ସରୁ ୮୨ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କ ହେବ। ଏହି ଘଟଣାରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ତଥା ମାଲିକ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ରତାମାଟିର ଅଜୟ କୁମାର ପ୍ରଧାନଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ଆମ୍ବୁଲାନ୍ସ (ଓଡି୦୨ବିଇ-୭୭୬୧) ରେ ଗଞ୍ଜେଇ ଚାଲାଣ ହେବାକୁ ଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଫିରିଙ୍ଗିଆ ଥାନାର ଏକ ଟିମ୍‌ ଭୃଙ୍ଗିଯୋଡି ପଞ୍ଚାୟତ କୁଡୁରାହାଠାରେ ଜଗି ରହିଥିଲା। ସେଠହି ରାସ୍ତାଦେଇ ଆମ୍ବୁଲାନ୍ସ ଯିବାବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚବେଳ ସେଥିରୁ ୨ବସ୍ତା ଗଞ୍ଜେଇ ମିଳିଥିଲା।