ଆମ୍ବୁଲାନ୍ସରେ ଯାତ୍ରୀ ବୋହି ଫଶିଲେ, ଡ୍ରାଇଭର ଗଣିଲେ ଜରିମାନା

ଭଦ୍ରକ ଅଫିସ, ୨୮ା୩: କରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ବସ୍‌, ଟ୍ରେନ୍‌, ଅଟୋ ସବୁ ବନ୍ଦ ଥିବାରୁ ଗାଁ ବାହାରେ ରହୁଥିବା ଲୋକେ ଘରକୁ ଫେରିବାକୁ ସୁବିଧା ନ ପାଇ ହଇରାଣ ହେଉଛନ୍ତି। ଏଭଳି ପରିସ୍ଥିତିରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଯାତ୍ରୀଙ୍କୁ ବୋହି ଅଡୁଆରେ ପଡିଛନ୍ତି। ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲାର ୧୬ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ। ବସ୍‌ଷ୍ଟାଣ୍ଡ ନିକଟରେ ଏକ ଆମ୍ବୁଲାନ୍ସରୁ ପ୍ରାୟ ୮ଜଣ ଲୋକ ଓହ୍ଲାଇଥିଲେ। ସେମାନେ କୌଣସି ରୋଗୀ ନ ଥିଲେ। ଖବରପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆମ୍ବୁଲାନ୍ସକୁ ଆର୍‌ଟିଓ ହସ୍ତାନ୍ତର କରିଥିଲେ। ଭଦ୍ରକ ଆର୍‌ଟିଓ ବିରଞ୍ଚତ୍ ନାରାୟଣ ଅଧିକାରୀ ଉକ୍ତ ଆମ୍ବୁଲାନ୍ସକୁ ୩୧,୫୦୦ ଜରିମାନା କରିଛନ୍ତି।