ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା

ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ।
କାମାକ୍ଷାନଗର ବ୍ଲକ ବାଉଁଶପାଳ ଗ୍ରାମର ସୂର୍ଯ୍ୟକାନ୍ତି ଷେଣ୍ଢ (୬୦) ସୋମବାର ପକ୍ଷାଘାତରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଜଟିଳ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ମଙ୍ଗଳବାର ଅପରାହ୍ନ ସାଢ଼େ ୨ଟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ନିଆଯାଉଥିଲା। ହେଲେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଆମ୍ବୁଲାନ୍ସ ଇଞ୍ଜିନରୁ ହଠାତ୍‌ ଧୂଅଁା ବାହାରିଥିଲା। ଫଳରେ ଡ୍ରାଇଭର ବାଧ୍ୟ ହୋଇ ଗାଡ଼ି ଅଟକାଇଥିଲେ। ଏହି ସମୟ ମଧ୍ୟରେ ସୂର୍ଯ୍ୟକାନ୍ତିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସୂଚନା ପାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଉ ଏକ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ କଟକ ନେଇଥିଲା।