ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବର୍ତ୍ତିଲେ ୪୦ ରୋଗୀ

ଖଜୁରିପଡ଼ା (ଡି.ଏନ୍‌.ଏ.)/ବଲସକୁମ୍ପା,୨୦ା୧୨- ଖଜୁରିପଡ଼ା ଥାନା ଗାଡ଼ିଆପଡ଼ା ଘାଟିରେ ମହାନଦୀ ନେତ୍ର ଚିକିତ୍ସାଳୟ ଆମ୍ବୁଲାନ୍ସ (ନଂ.ଓଡି୩୧ଡି-୯୧୦୧) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ୪୦ ଜଣ ଚକ୍ଷୁରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରକାଶ ଯେ, ଗୁରୁବାର ଫୁଲବାଣୀର ବିଭିନ୍ନ ଅଞ୍ଚଳରୁ ୪୦ ଜଣ ଚକ୍ଷୁରୋଗୀଙ୍କୁ ଚିକିତ୍ସା ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ ଆମ୍ବୁଲାନ୍ସ ସୋନପୁର ଚିକିତ୍ସାଳୟକୁ ନେଇ ଯାଉଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ଗାଡ଼ିଆମଡ଼ା ଘାଟିରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖଜୁରିପଡ଼ା ତହସିଲଦାର ମନୋଜ କୁମାର ପାଢ଼ୀ, ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀ ଖବରପାଇ ପହଞ୍ଚତ୍ବାବେଳକୁ ଆମ୍ବୁଲାନ୍ସ ଚାଳକ ରୋଗୀମାନଙ୍କୁ ଅନ୍ୟ ଏକ ଗାଡ଼ିରେ ସୋନପୁର ପଠାଇ ଦିଆଯାଇଥିବା କହିଥିଲେ।

Share