ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ୨ମୃତ, ୨ ଗୁରୁତର

ଚଣ୍ଡିଖୋଲ,୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ୧୬ ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଗୁରୁତର ହୋଇଛନ୍ତି। ତେବେ ମୃତାହତଙ୍କ ପରିଚୟ ଜଣାପଡ଼ି ନାହିଁ।