ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ

ଠାକୁରମୁଣ୍ଡା,୧୨ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଘୁଳୁଘୁଳିଆ ଶାଳନ୍ଦୀ ସେତୁ ନିକଟରେ ସୋମବାର ସାରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସାତକୋଶିଆ ପଞ୍ଚାୟତ ଅନ୍ତର୍ଗତ ଘୁଳୁଘୁଳିଆ ଗ୍ରାମର ଦାଶରଥୀ ହୋ ।
ପୋଲିସ ସୂଚନା ଅନୁଯାୟୀ, କରଞ୍ଜିଆ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ କଟକରେ ଛାଡ଼ିି ଫେରୁଥିବା ବେଳେ ରାସ୍ତାରେ ଚାଲିଚାଲି ଘରକୁ ଯାଉଥିବା ଦାଶରଥୀଙ୍କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସଟି ସେଠାରୁ ପଳାଇଯାଇଥିଲା। ଖବରପାଇ ମହୁଲଡ଼ିହା ଥାନା ପୋଲିସ ଆମ୍ବୁଲାନ୍ସକୁ ଧରି ଠାକୁରମୁଣ୍ଡା ଥାନାରେ ଅଟକ ରଖିଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ଦାଶରଥୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀବାହୀ ବସ୍‌ରେ ଆଣି ଠାକୁରମୁଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମହୁଲଡ଼ିହା ଥାନା ପୋଲିସ ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି ।

Share