Categories: ଜାତୀୟ

ଆମ୍ବୁଲାନ୍ସ ନ ମିଳିବାରୁ ମରାଠି କଳାକାରଙ୍କ ସହ ନବଜାତକର ମୃତ୍ୟୁ

ମୁମ୍ବାଇ,୨୨।୧୦: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ନ ମିଳିବା ରୋଗୀ ବା ଗର୍ଭବତୀ ଖଟିଆରେ ବୁହାହେବା ଅବା ଚାଲି ଚାଲି ହସ୍ପିଟାଲ ଯିବା ଖବର ଦେଖିବାକୁ ମିଳିଛି। ହେଲେ ରବିବାର ମୁମ୍ବାଇରୁ ପ୍ରାୟ ୬ଶହ କିଲୋମିଟର ଦୂର ହିଂଗୋଲି ଜିଲାରେ ଜଣେ ମରାଠି କଳାକାର ଓ ତାଙ୍କ ନବଜାତକଙ୍କ ମୃତ୍ୟୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସୂଚନା ଅନୁଯାୟୀ, ୨୫ ବର୍ଷୀୟା ପୂଜା ଜୁଜଂର ରବିବାର ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଗୋରେଗାଓଁ ପ୍ରାଇମେରି ହେଲ୍‌ଥ ସେଣ୍ଟରରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ହିଂଗୋଲି ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ପୂଜାଙ୍କ ପରିବାର ଲୋକେ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବାକୁ ବହୁ ସମୟ ଲାଗି ଯାଇଥିଲା। ଶେଷରେ ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ତାଙ୍କୁ ସ୍ଥାନାନ୍ତର କରାଯାଉଥିବା ସମୟରେ ବାଟରେ ହିଁ ପୂଜା ଓ ତାଙ୍କ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯଦି ଠିକ୍‌ ସମୟରେ ଆମ୍ବୁ୍‌ଲାନ୍ସ ମିଳିଯାଇଥାଆନ୍ତା ତେବେ ପୂଜା ଓ ତାଙ୍କ ସନ୍ତାନ ବଞ୍ଚିଯାଇଥାଆନ୍ତେ।

Share