ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୃଦ୍ଧାଙ୍କୁ ବୁହାଗଲା

ବଲାଙ୍ଗୀର ଅଫିସ, ୨ା୩: ବଲାଙ୍ଗୀର ସହରରେ ଜବରଦଖଲ ଏବେ ଜୀବନ ମରଣ ସମସ୍ୟା ପାଲଟିଛି ା ସହର ଭିତର ମୁଖ୍ୟ ରାସ୍ତା ସମେତ ବିଭିନ୍ନ ପଡାର ଗଳି ରାସ୍ତାଗୁଡିକ ଜବରଦଖଲ କାରଣରୁ ସଙ୍କୁଚିତ ହୋଇପଡିଛି ା ଏହି ସଙ୍କୁଚିତ ରାସ୍ତା ଯୋଗୁଁ ଅସୁବିଧା ସମୟରେ ଆମ୍ବୁଲାନ୍ସ କି ଅଗ୍ନିଶମ ବିଭାଗ ଗାଡି ମଧ୍ୟ ପହଞ୍ଚତ୍ବା ନେଇ ଅସୁବିଧା ହେଉଥିବା ଦେଖାଯାଉଛି ା ରବିବାର ୱାର୍ଡ ନମ୍ବର ୭ ଅନ୍ତର୍ଗତ ରାମେଶ୍ୱରନଗରର ଜଣେ ବୃଦ୍ଧା ସୁନାଫୁଲ ମିଶ୍ର (୬୮) ଅସୁସ୍ଥ ହୋଇପଡିଥିଲେ ା ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା ା ମାତ୍ର ସଙ୍କୁଚିତ ରାସ୍ତା କାରଣରୁ ଆମ୍ବୁଲାନ୍ସ ତାଙ୍କ ଘର ପାଖକୁ ପହଞ୍ଚତ୍ ପାରି ନ ଥିଲା ା ଫଳରେ ଅସୁସ୍ଥ ବୃଦ୍ଧାଙ୍କୁ ପରିବାର ଲୋକେ ଓ ପଡାବାସୀ ପ୍ରାୟ ଅଧ କିଲୋମିଟର ଖଟିଆରେ ବୋହି ଆଣିବାକୁ ପଡିଥିଲା ା ଏହାପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପହଞ୍ଚା ଯାଇଥିଲା ା
ରବିବାର ପୂର୍ବାହ୍ନରେ ଦୀର୍ଘଦନରୁ ରୋଗାଗ୍ରସ୍ତ ସୁନାଫୁଲଙ୍କ ଦେହ ହଠାତ୍‌ ଉଦ୍‌ବେଗଜନକ ହୋଇପଡିଥିଲା ା ତାଙ୍କୁ ହସ୍ପିଟାଲ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ କଲ୍‌ କରିଥିଲେ ା ସଂକୀର୍ଣ୍ଣ ରାସ୍ତା କାରଣରୁ ଆମ୍ବୁଲାନ୍ସଟି ସୁନାଫୁଲଙ୍କ ଘର ପାଖକୁ ଯାଇ ନ ପାରି ପ୍ରାୟ ଅଧ କିଲୋକମିଟର ଦୂରରେ ଅଟକି ରହିଥିଲା ା ଏହାପରେ ପରିବାର ଲୋକେ ଚିନ୍ତାରେ ପଡିଥିଲେ। କିଭଳି ସୁନାଫୁଲଙ୍କୁ ଆମ୍ବଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବେ ଭାବି ପାଖପଡୋଶୀ ଯୁବକଙ୍କୁ ଠୁଳ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିଥିଲେ ା ଏହାପରେ ସୁନାଫୁଲଙ୍କୁ ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନିଆଯାଇ ପାରିଥିଲା ା ରାମେଶ୍ୱରନଗରର ଏହି ଗଳି ରାସ୍ତାକୁ ଘିକୁଣ୍ଡି ବନ୍ଧ ଆଡିଦେଇ ଜାତୀୟ ରାଜପଥକୁ ଏକ ଓସରିଆ ରାସ୍ତା ନିର୍ମାଣ କରିବା ପାଇଁ କିଛିଦିନ ପୂର୍ବରୁ ପଡାବାସୀ ଜିଲାପାଳଙ୍କୁ ଲିଖିତ ଜଣାଇଥିଲେ ା ବିଭିନ୍ନ ସମୟରେ ସ୍ବାସ୍ଥ୍ୟଜନିତ କାରଣ ଏବଂ ଅନ୍ୟାନ୍ୟ କାରଣରୁ ଏହି ଅଞ୍ଚଳକୁ ଗାଡମୋଟର ଯାଇପାରୁ ନ ଥିବାରୁ ପଡାବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ ା ଏହି ପଡାର ରାସ୍ତା ଏତେ ସଙ୍କୁଚିତ ହୋଇପଡିଛି ଯେ, ଅଗ୍ନିଶମ ବିଭାଗର ଗାଡି ମଧ୍ୟ ଏଠାକୁ ଆସିପାରିବ ନାହିଁ ା କୌଣସି ସମୟରେ ଦୁର୍ଘଟଣ ଘଟିଲେ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି ା ଫଳରେ ଜାତୀୟ ରାଜପଥରୁ ଏକ ଓସାରିଆ ରାସ୍ତା ଏଠାକୁ ସଂଯୋଗ କରିବାକୁ ପଡାବାସୀ ଦାବି ଜଣାଇଥିଲେ ା ରବିବାର ସୁନାଫୁଲ ମିଶ୍ର ଅସୁସ୍ଥ ହେବା ଓ ତାଙ୍କୁ ପ୍ରାୟ ଅଧ କିଲୋମିଟର ଧରି ଖଟିଆରେ ବୋହି ଆଣିବା ଘଟଣା ପରେ ତୁରନ୍ତ ଏହି ପଡାକୁ ଓସାରିଆ ରାସ୍ତା ନିର୍ମାଣ କରିବାକୁ ଦାବି କରାଯାଇଛି ା

Share